ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ଜାଣନ୍ତୁ ତିନୋଟି ଫର୍ମାଟର ପ୍ଲେୟାର୍ ଲିଷ୍ଟ୍

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ। ତିନୋଟି ଫର୍ମାଟରେ ଭାରତୀୟ ଟିମ ଘୋଷଣା ହୋଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍‌, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସେହିପରି ଟେଷ୍ଟ ଟିମ ପାଇଁ ଆଜିଙ୍କ୍ୟ ରାହଣେଙ୍କୁ ଉପ ଅଧିନାୟକ ଦାୟୁତ୍ୱ ଦିଆଯାଇଥିବା ବେଳେ ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆ ପାଇଁ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଦାୟୁତ୍ୱ ମିଳିଛି।

ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧୱନ ଶେଷରେ ଟିମ୍‌କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ସ୍ଥାନ ମିଳିଛି।  ଟିମରେ ଦୁଇଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ଏହି ଦୁଇ ନୂଆ ଖେଳାଳି ହେଉଛନ୍ତି ନବଦୀପ ସାଇନି ଓ ରାହୁଲ୍ ଚହର୍। ନବଦୀପ ସାଇନି ଉଭୟ ଦିନିକିଆ ଓ ଟି-୨୦ ଟିମରେ ସ୍ଥାନ ପାଇଥିବା ବେଳେ ରାହୁଲ୍ ଚହରଙ୍କୁ କେବଳ ଟି-୨୦ ଦଳରେ ସାମିଲ୍‌ କରାଯାଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ୱିକେଟ୍ କିପର୍‌ ଭାବେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି । ତେବେ ଆସନ୍ତୁ ଜାଣିବା ତିନୋଟି ଫର୍ମାଟର ପ୍ଲେୟାର୍ ଲିଷ୍ଟ୍…

ଭାରତୀୟ ଟେଷ୍ଟ ଟିମ୍: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ୍ ଶର୍ମା, ରିଷଭ ପନ୍ତ (ୱିକେଟକିପର), ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ।

ଭାରତୀୟ ଦିନିକିଆ ଟିମ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ନବଦୀପ ସାଇନି।

ଭାରତୀୟ ଟି-୨୦ ଟିମ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ଦୀପକ ଚହର୍, ନବଦୀପ ସାଇନି।

Leave a Reply

Your email address will not be published. Required fields are marked *