ଭାରତ ନୌସେନାକୁ ଆସୁଛି ଏଭଳି ଶକ୍ତି, ଯାହା ଚୀନ ଓ ପାକିସ୍ତାନର ନିଦ ହଜାଇଦେବ

ଭାରତକୁ ଆମେରିକା ୭୧ ହଜାର କୋଟି ଟଙ୍କାର ଏମକେ-୪୫ ନୌସେନା ତୋପ ବିକ୍ରି କରିବାକୁ ଯାଉଛି। ଯାହା ଚୀନ ଓ ପାକିସ୍ତାନର ନିଦ ହଜାଇଦେଇଛି। ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ତୋପ ଭାରତୀୟ ନୌସେନାର ବଳକୁ ଦ୍ୱିଗୁଣିତ କରିବ। ପ୍ରସ୍ତାବିତ ଚୁକ୍ତି ଅନୁସାରେ, ୧୩ ଏମକେ-୪୫ ନୌସେନା ତୋପ ଓ  ଏହାର ଉପକରଣର ଆନୁମାନିକ ମୂଲ୍ୟ ୭୧ ହଜାର କୋଟି ହେବ। ଏମକେ-୪୫ ତୋପ ଗୁଡ଼ିକ ଯୁଦ୍ଧ ପୋତ, ଉପକୂଳ ଓ ଯୁଦ୍ଧ ବିମାନ ଉପରେ ବୋମା ବର୍ଷା କରିବାରେ ବ୍ୟବହାର କରାଯାଏ। ଏହି ତୋପ ଗୁଡ଼ିକ ଭାରତକୁ ବର୍ତ୍ତମାନ ଓ ଭବିଷ୍ୟତରେ ଶତ୍ରୁ ଆକ୍ରମଣର ସଙ୍କଟ ସହ ମୁକାବିଲା କରିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *