ମ୍ୟାଚ୍ ଚାଲିଛି ହେଲେ ନିଘୋଡ ନିଦରେ ଶାସ୍ତ୍ରୀ

ବର୍ଷକୁ ୧୦ କୋଟି  ଦରମା ତଥାପି ଡ୍ୟୁଟି ସମୟରେ ନିଘୋଡ ନିଦରେ ଶୋଇପଡୁଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ରାଞ୍ଚିରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ସମୟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଥିବା ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ମ୍ୟାଚ୍‌ ଚାଲିଥିବା ବେଳେ ଶୋଇପଡ଼ିବା ଘଟଣା ସହଜରେ ଗ୍ରହଣହେଉନି। ଯେଉଁ ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କ ସହ ପ୍ୟାବିଲିୟନରେ ବସିଥିବା ଖେଳାଳିଙ୍କୁ ମଧ୍ୟ ଚକିତ କରିଥିଲା। ରବି ଶାସ୍ତ୍ରୀଙ୍କ ଶୋଇଥିବା ଦୃଶ୍ୟ ଏବେ ସୋସିଆଲ ମଡ଼ିଆରେ ଘୁରିବୁଲୁଛି। ଭାରତୀୟ ଜାତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ମ୍ୟାଚ ମଧ୍ୟରେ ଶାସ୍ତ୍ରୀଙ୍କ ମୁଣ୍ଡରେ ଗୁରୁଦାୟୁତ୍ୱ ଥିବାବେଳେ ଖେଳ ଚାଲିଥିବା ବେଳେ ସେ କେମିତି ଶୋଇଗଲେ ତାକୁ ନେଇ ଉଠୁଛି ପ୍ରଶ୍ନ। ବିସିସିଆଇ ଶାସ୍ତ୍ରୀଙ୍କୁ କୋଚ ପଦବୀ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦେଉଥିବା ବେଳେ ଶାସ୍ତ୍ରୀ କିନ୍ତୁ ଖୁବ ଆନନ୍ଦର ଶୋଇପଡ଼ିଛନ୍ତି। ଯାହାକୁ ନେଇ ଶାସ୍ତ୍ରୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଶାସ୍ତ୍ରୀଙ୍କୁ ବିସିସିଆଇ ଶୋଇବା ପାଇଁ କୋଟି କୋଟି ପାରିଶ୍ରମିକ ଦେଉଛି କି ବୋଲି ଅନେକ ୟୁଜର୍ସ  ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *