ଯବାନଙ୍କ ହାତରେ ବ୍ରହ୍ମଅସ୍ତ୍ର: ସୀମାରେ ରହି ଅଧ କିମି ଦୂରରେ ଥିବା ଶତ୍ରୁକୁ ଟାର୍ଗେଟ୍ ହେବ ସହଜ

ଦୀର୍ଘ ଦିନ ପରେ ଭାରତୀୟ ସେନାକୁ ମିଳିବାକୁ ଯାଉଛି ଅତ୍ୟାଧୁନିକ ଆସଲ୍ଟ ରାଇଫଲ୍ସ। ଯାହାର ନାଁ ହେଉଛି SiG-716। ପାକିସ୍ତାନ, ଚାଇନା ସୀମାରେ ଥିବା ଯବାନଙ୍କୁ ଏହି ଅତ୍ୟାଧୁନିକ ଅସ୍ତ୍ର ମିଳିବ। ଅଧ କିମି ଦୂରରେ ଥିବା ଶତ୍ରୁକୁ ବି ସୁଟ୍ କରିବାର ସକ୍ଷମ ଏହି ରାଇଫଲ ନିକଟରେ ରହିଛି। ଆମେରିକାରୁ ଏହି ରାଇଫଲ ଭାରତ ହସ୍ତଗତ କରିଛି। ଆମେରିକାର ବନ୍ଧୁକ ତିଆରି କମ୍ପାନୀ ସିଗ୍‌ ସାୟର ଦ୍ୱାରା ତିଆରି କରାଯାଇଛି ଏହି ସବୁ ବିଧ୍ୱଂସକାରୀ ବନ୍ଧୁକ।

ଭାରତକୁ ୭୨ ହଜାର ୪୦୦ଟି ବନ୍ଧୁକ ଆସିବାକୁ ଯାଉଥିବା ବେଳେ ୧୦ ହଜାର ବନ୍ଧୁକ ପ୍ରଥମ ପର୍ଯ୍ୟାୟରେ ଆସିଛି। ବଳକା ବନ୍ଧୁକ ୨୦୨୦ ମଧ୍ୟରେ ଆସିବ ବୋଲି ସୂଚନା ରହିଛି। ଯାହା ପାଇଁ ୬୩୮ କୋଟି ଟଙ୍କା ବ୍ୟୟ କରାଯାଇଛି ।ଏହି ରାଇଫଲ ଏକେ-୪୭ ଠାରୁ ତିନି ଗୁଣା ଖତରନାକ। SiG-୭୧୬ ରାଇଫଲରେ ୭.୬୨x୫୧ଏମଏମର କ୍ୟାଲିବର ଏବଂ ୫୦୦ ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ସିଗ୍‌-୭୧୬ ରାଇଫଲ ହାଲକା ଓ ଖୁବ୍ ମଜଭୁତ। ଏହାକୁ ସହଜରେ ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ୬୬ ହଜାର ୪୦୦ ବନ୍ଧୁକ ସେନା ପାଇଁ, ୪ ହଜାର ବନ୍ଧୁକ ଭାରତୀୟ ବାୟୁସେନା ଏବଂ ୨ ହଜାର ବନ୍ଧୁକ ଭାରତୀୟ ନୌସେନାକୁ ଦିଆଯିବ।

Leave a Reply

Your email address will not be published. Required fields are marked *