ସେନା ପ୍ରସ୍ତୁତ ପିଓକେ କବ୍ଜା ପାଇଁ ସରକାର ନିଅନ୍ତୁ ନିଷ୍ପତ୍ତି। ଏଭଳି ବଡ଼ ବୟାନ ଦେଇଛନ୍ତି ସେନାଧକ୍ଷ ବିପିନ ରାଓ୍ଵତ। ଜମ୍ମୁ କାଶ୍ମୀରରେ ୩୭୦ ଧାରା ଉଛେଦ ପରେ ଏବେ ଆଗାମୀ ମିଶନ୍ ପିଓକେ ଦଖଲ ବୋଲି କୁହାଯାଉଛି। ଜେନେରାଲ ରାୱତ୍ କହିଛନ୍ତି, ପିଓକେରେ କ’ଣ କରିବେ ସରକାର ନିଷ୍ପତ୍ତି ନେବେ। କିନ୍ତୁ ସେନା କିଛି ମଧ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ସେନା ଏବେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। ପିଓକେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନା କେତେଦୂର ପ୍ରସ୍ତୁତ ବୋଲି ଗଣାମଧ୍ୟମର ପ୍ରଶ୍ନରେ ରାୱତ୍ କହିଛନ୍ତି, ସେନା ସବୁବେଳେ ପ୍ରସ୍ତୁତ ଥାଏ ଏବଂ ଅଛି। ଭାରତୀୟ ସେନା ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା। ଭାରତୀୟ ସେନା କୌଣସି ପରିସ୍ଥିତିରେ କିଛିବି ଅପରେସନ କରିବାକୁ ସକ୍ଷମ।