ଭାରତ ଠାରୁ ଅତ୍ୟାଧୁନିକ ବୁଲେଟ୍‌ ପ୍ରୁଫ୍ ଜ୍ୟାକେଟ୍‌ କିଣିବାକୁ ଲାଇନ ଲଗାଇଛନ୍ତି 100ଟି ଦେଶ

ଦିନ ଥିଲା ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବହୁ ପଛରେ ଥିଲା। ହେଲେ ଆଜି ଭାରତ ବିଶ୍ୱର ଟପ୍-5 ଶକ୍ତିଶାଳୀ ଦେଶ ମଧ୍ୟରେ ଗଣା ହେଉଛି। ଏବେ ଭାରତର ଅନେକ ଯୁଦ୍ଧସାମଗ୍ରୀ ଗୁଡିକୁ ଅନ୍ୟ ଦେଶମାନେ ମୋଟା ଅଙ୍କର ଅର୍ଥ ଦେଇ କିଣିବାକୁ ଇଛା ପ୍ରକାଶ କରିଛନ୍ତି। ୟୁରୋପୀୟ ସଂଘ ସମେତ ବିଶ୍ୱର ପ୍ରାୟ ୧୦୦ଟି ଦେଶ ଭାରତରେ ନିର୍ମିତ ଅତ୍ୟାଧୁନିକ ବୁଲେଟ୍‌ ପ୍ରୁଫ୍ ଜ୍ୟାକେଟ୍‌ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।  ଏହି ଜ୍ୟାକେଟ୍‌ର ସୁରକ୍ଷା ବ୍ୟବସ୍ଥା ଅନ୍ୟଦେଶ ଠାରୁ ସୁଦୃଢ। ଯେକୌଣସି ପାଣିପାଗ ଓ ପରିସ୍ଥିତିରେ ଏହି ଜ୍ୟାକେଟ୍‌କୁ ବ୍ୟବହାର କରାଯାଇପାରେ। ତୀବ୍ର ଗୁଳିଗୋଳା ଆକ୍ରମଣରୁ ଏହି ଜ୍ୟାକେଟ୍‌ ଯବାନଙ୍କୁ ସୁରକ୍ଷା ଯୋଗାଇ ପାରିବ। ଏହି ଜ୍ୟାକେଟ୍‌ ଅନ୍ତର୍ଜାତୀୟ ମାନର ବୋଲି ‘ବ୍ୟୁରୋ ଅଫ ଇଣ୍ଡିଆନ୍‌ ଷ୍ଟାଣ୍ଡାଡ୍ସ’ ପ୍ରକାଶ କରିଛି। ପୂର୍ବରୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ଏପରି ଜ୍ୟାକେଟ ନିର୍ମାଣ କରିଆସୁଥିଲେ। ଏବେ ୪ର୍ଥ ଦେଶ ଭାବେ ଭାରତ ଏହାକୁ ନିର୍ମାଣ କରି ରପ୍ତାନୀ କରିବାକୁ ଯାଉଛି। ହେଲେ ଭାରତ କିନ୍ତୁ ସେହି ଦେଶକୁ ଏହି ପ୍ରତିରକ୍ଷା ସାମଗ୍ରୀ ବିକିବ ଯେଉଁ ଦେଶ ସହ ଭାରତର ସମ୍ପର୍କ ଭଲ ଥିବ ଏବଂ ଆତଙ୍କବାଦୀ ବିରୋଧ ଅଭିଯାନରେ ସାମିଲ ହୋଇଥିବ। କେବଳ ଏହି ଜ୍ୟାକେଟ୍‌ ନୁହେଁ, ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ ଦ୍ୱାରା ନିର୍ମିତ ତେଜସ୍‌ ଲଢୁଆ ବିମାନ କିଣିବାକୁ ଶ୍ରୀଲଙ୍କା, ଇଜିପ୍ଟ, ଭିଏତନାମ ଓ ମାଲଦୀପ ଆଦି ରାଷ୍ଟ୍ର ଆଗ୍ରହ ଦେକାଇଛନ୍ତି।

Leave a Reply

Your email address will not be published. Required fields are marked *