ପୁଣି ରିଜର୍ଭ ଡେ’ରେ ସାମ୍ନାସାମ୍ନି ହେବେ ଭାରତ ଓ ନ୍ୟୁଜିଲାଣ୍ଡ: ଜାଣନ୍ତୁ ମ୍ୟାଚ ଆରମ୍ଭରୁ ନା ଅଧାରୁ ଖେଳାଯିବ

ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ। ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଠାରେ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଉ ଥିବା ସମୟରେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ରହିଛି। ନ୍ୟୁଜିଲ୍ୟାଣ୍ଡ ୪୬.୧ ଓଭର ଖେଳି ୨୧୧ ରନ କରିଥିବା ବେଳେ ବର୍ଷା ଦାଉ ସାଜିଥିଲ। ତେଣୁ ଅମ୍ପିୟାର ମ୍ୟାଚକୁ ଆସନ୍ତା କାଲି ଯାଏଁ ବନ୍ଦ ରଖିଛନ୍ତି ।

ସେପଟେ ଦୀର୍ଘ ସମୟ ଧରି ବର୍ଷା ଯୋଗୁ ମ୍ୟାଚ ବନ୍ଦ ରହିବାରୁ ମ୍ୟାଚ ଖେଳିବା ପାଇଁ ଆଉ ସମୟ ହୋଇନଥିଲା । ତେଣୁ ଏହି ମ୍ୟାଚ ଆସନ୍ତା କାଲି ଖେଳାଯିବ । ଏଥିପାଇଁ ରିଜର୍ଭ ଡେ ମଧ୍ୟ ରହିଛି । ଏହି ରିଜର୍ଭ ଡେ’ରେ ମ୍ୟାଚ ଖେଳାଯିବ । ଆଜି ଯେଉଁଠୁ ମ୍ୟାଚ ବନ୍ଦ ରହିଛି ସେଇଠୁ କାଲି ମ୍ୟାଚ ଆରମ୍ଭ ହେବେ । ନ୍ୟୁଜିଲାଣ୍ଡ ୨୧୧ ରନରୁ ପାଳି ଆରମ୍ଭ କରିବ । ନ୍ୟୁଜିଲାଣ୍ଡ ହାତରେ ମାତ୍ର ୩.୫ ଓଭର ଖେଳିବା ପାଇଁ ବାକି ରହିଛି, ଯାହା ସେ ରିଜର୍ଭ ଡେରେ ଖେଳିବ। ଏହାପରେ ଭାରତ ତାର ପାଳି ଆରମ୍ଭ କରିବ । ସେପଟେ ରିଜର୍ଭ ଡେରେ ଯଦି ବର୍ଷା ହୋଇ ଖେଳ ବାତିଲ ହୁଏ ତେବେ ରନ ରେଟ ହାସାବରେ ଭାରତ ସିଧାସଳଖ ଫାଇନାଲରେ ପହଞ୍ଚିଯିବା ।

Leave a Reply

Your email address will not be published. Required fields are marked *