ରାଜ୍ୟଗୋଷ୍ଠୀ ଟେବୁଲ ଟେନିସରେ ଭାରତର ଦମଦାର୍ ପ୍ରଦର୍ଶନ: ସେମିରେ ଭାରତୀୟ ମହିଳା ଓ ପୁରୁଷ ଟିମ୍

ଉଠୁଛି ପଡୁଛି କଟକ ସହର। କଟକ ସାଜିଛି କ୍ରୀଡା ରାଜଧାନୀ। ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ବିଶ୍ୱସ୍ତରୀୟ ଖେଳାଳି କଟକରେ ମେଳି ବାନ୍ଧିଛନ୍ତିା ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ଦଳଗତ ଇଭେଣ୍ଟର ପ୍ରଥମ ଦୁଇଟି ଯାକ ରାଉଣ୍ଡ ଜିତି ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଦ୍ୱିତୀୟ ଦିନରେ ତାର ବିଜୟ ଅଭିଯାନ ଜାରି ରଖିଛିା ଦ୍ୱିତୀୟ ଦିନରେ ଲଗାତାର ସବୁ ମ୍ୟାଚରେ ବିଜୟ ପରେ ସେମିରେ ଜାଗା ପକ୍କା କରିଛି ଉଭୟ ଭାରତୀୟ ମହିଳା ଓ ପୁରୁଷ ଟେବୁଲ ଟେନିସ ଟିମ। ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଓ ପୁରୁଷ ଦଳ ବିଜୟଧାରା ଅବ୍ୟାହତ ରଖିଛି।

ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ପର୍ଯ୍ୟାୟରେ ବିଜୟୀ ହୋଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛି। ଗୁରୁବାର ଖେଳାଯାଇଥିବା ସମସ୍ତ ତିନିଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ୱେଲ୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମାଲେସିୟା ଓ ତୃତୀୟ ତଥା ଶେଷ ମ୍ୟାଚରେ ନାଇଜେରିଆକୁ ସିଧାସଳଖ ୩-୦ ଲେଖାଏ ପଏଣ୍ଟରେ ହରାଇଥିଲା। ସେହିପରି ପୁରୁଷ ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଦଳକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟରେ ମାଲେସିଆ ଓ ତୃତୀୟ ପର୍ଯ୍ୟାୟ ମ୍ୟାଚରେ ୱେଲ୍ସକୁ ପରାସ୍ତ କରିଥିଲା।

Leave a Reply

Your email address will not be published. Required fields are marked *