ବାଂଲାଦେଶକୁ ହରାଇ ସେମିରେ ଭାରତ

ବାଂଲାଦେଶକୁ ହରାଇ ସେମି ଟିକେଟ କବ୍ଚା କରିନେଇଛି ଟିମ ଇଣ୍ଡିଆ । ଏବଂ ଭାରତ ଠାରୁ ହାରିବା ପରେ ବାଂଲାଦେଶ ବିଶ୍ୱକପ ସେମି ରେସରୁ ବାଦ ପଡିଛି । ଏଜବାଷ୍ଟାନରେ ମଙ୍ଗଳବାର ଖେଳାଯାଇ ଥିବା ମ୍ୟାଚରେ ବାଂଲାଦେଶକୁ ୨୮ରନରେ ପରାସ୍ତ କରିଛି ଭାରତ । ଏହାସହ ୧୩ ଅଙ୍କ ସହ ଦ୍ୱିତୀୟ ଟିମ ଭାବେ ଅଷ୍ଟ୍ରେଲିଆ ପରେ ଭାରତ ସେମିରେ ପ୍ରବେଶ କରିଛି । ରୋହିତ ଶର୍ମାଙ୍କ ଦମଦାର ଶତକୀୟ ଇଂନିସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।

ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ୍ ୯୨ ବଲରେ୍ ୭ ଚୌକା ଓ ୫ ଛକା ସହ ୧୦୪ ଓ ରାହୁଲ୍ ୭୭ (୯୨ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ବାଂଲାଦେଶ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *