ମହିଳା ଦିବସରେ ମହା ଲଢ଼େଇ। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବା ବେଳେ ଏହି ଦିନରେ ଭାରତୀୟ ମହିଳା କ୍ରିକେଟରମାନେ ମହା ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇବେ। ମହିଳାମାନଙ୍କ ପାଇଁ ସାରା ବିଶ୍ୱ ଆଜିର ଦିବସକୁ ପାଳନ କରୁଛି। ଏପରି ସ୍ଥିତିରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ମହାବିଜୟ ଅପେକ୍ଷାରେ ରହିଛି। ଅଷ୍ଟ୍ରେଲିଆର ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ଆଜି ଖେଳାଯିବ ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍। ଯେଉଁଥିରେ ୪ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଭାରତ ଭାରତୀୟ ମହିଳା ଦଳ। ମହିଳା ଦିବସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମହାଲଢେଇ ଦେଖିବାକୁ ମିଳିବ। ଆଜିର ଫାଇନାଲ ମ୍ୟାଚ ଭାରତୀୟ ସମୟ ଅପରାହ୍ନ 12.30ରେ ଖେଳାଯିବ। ସେମିରେ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ବର୍ଷା ଧୋଇନେବାରୁ ଭାରତ ଗ୍ରୁପ୍ ଟପ୍ପର ଭାବେ ଫାଇନାଲ୍ ଯାଇଥିଲା। ଅଷ୍ଟ୍ରେଲିଆ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଡିଏଲ୍ ନିୟମରେ ହରାଇ ଫାଇନାଲକୁ ଆସିଛି।