ଇମ୍ରାନଙ୍କ ବିମାନ ଅଧା ରାସ୍ତାରୁ କାହିଁକି ଫେରିଆସିଥିଲା ଆମେରିକା: ପାକିସ୍ତାନର ଗଣମାଧ୍ୟମ କଲା ପର୍ଦ୍ଦାଫାସ୍

ଖରାପ ନଥିଲା ଇମ୍ରାନ ଖାନଙ୍କ ବିମାନ। ପାକିସ୍ତାନର ଏକ ସାପ୍ତାହିକ ମେଗାଜିନ୍ ‘ଫ୍ରାଇଡେ ଟାଇମ୍ସ’ରେ ପ୍ରକାଶ ଏକ ଖବରରୁ ଜଣାପଡିଡଛି ଯେ, ସାଉଦି ରାଜକୁମାର ମୋହମ୍ମଦ ବିନ୍ ସଲମାନ, ଇମ୍ରାନଙ୍କ ଉପରେ ଖପ୍ପା ଅଛନ୍ତି ଏବଂ ଖାସ ସେଥିପାଇଁ ସେ ଇମ୍ରାନଙ୍କ ଠାରୁ ତାଙ୍କ ବିମାନକୁ ଫେରାଇ ନେଇଛନ୍ତି। ‘ଫ୍ରାଇଡେ ଟାଇମ୍ସ’ ଅନୁସାରେ ଆମେରିକା ଗସ୍ତ ସାରି କାନାଡ଼ା ରାସ୍ତା ଦେଇ ଇମ୍ରାନ ଖାନ ପାକିସ୍ତାନ ଫେରୁଥିବ ବେଳେ ଏହି ସମୟରେ ସାଉଦି ଆରବ ରାଜକୁମାର ମୋହମ୍ମଦ ବିନ୍ ସଲମାନ ତାଙ୍କ ବିମାନ ଫେରାଇବାକୁ ଆଦେଶ ଦେଇଥିଲେ। ଫଳରେ ଅଧା ରାସ୍ତାରେ ଇମ୍ରାନଙ୍କ ବିମାନକୁ ନ୍ୟୁୟର୍କ ଫେରିବାକୁ ପଡ଼ିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ ପୂର୍ବରୁ ପ୍ରଥମେ ସାଉଦି ଆରବ ଯାଇଥିଲେ। ସେଠାରୁ ସେ ସାଉଦି ଆରର ରାଜକୁମାରଙ୍କ ଏକ ପ୍ରାଇଭେଟ୍ ବିମାନ ଦ୍ୱାରା ଆମେରିକା ଯାଇଥିଲେ। ହେଲେ ଆମେରିକାରେ ଇମ୍ରାନଙ୍କ କାର୍ଯ୍ୟକଳାପରେ ସାଉଦି ରାଜକୁମାର ଅସନ୍ତୁଷ୍ଟ ହୋଇ ବିମାନ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ଅଧା ରାସ୍ତାରୁ ବିମାନକୁ ପୁଣି ଥରେ ଆମେରିକା ଫେରାଯିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *