ଘଟଗାଁ ଥାନା ଅନ୍ତର୍ଗତ 20ନମ୍ବର ଜାତୀୟ ରାଜପଥ ଗୋଳାବନ୍ଧ ଗ୍ରାମନିକଟରେ ଆଜି ସକାଳେ ଏକ ସୋରିଷ ତେଲ ବୋଝେଇ ମିଟି ଟ୍ରକ ଓଲଟି ପଡିଥିଲା। ଘଟଣା ଘଟିବା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗାଡି ଓଲଟି ଯିବାରୁ ତେଲ ପ୍ୟାକେଟ ଗୁଡିକ ରାସ୍ତା କଡରେ ପଡିଯାଇଥିଲା। ଗାଡି ପାଖରେ କେହି ନଥିବାର ସୁଯୋଗ ନେଇ ଆଖପାଖ ଅଞ୍ଚଳର ଲୋକେ ତେଲ ଗୁଡିକୁ ବୋହି ନେଇଯାଇଥିଲେ। ଏପରିକି ରାସ୍ତାଦେଇ ଯାଉଥିବା ଲୋକେ ଗାଡ଼ିରୁ ଓଲ୍ହାଇ ତେଲ ପେଟି ଗୁଡିକ ବୋହି ନେଇଯାଇଥିଲେ। ପାଖାପାଖି 10 ମିନିଟ ମଧ୍ୟରେ ଗାଡ଼ିରୁ ସବୁତେଲ ଲୋକେ ନେଇଯାଇଥିଲେ।ତେବେ ନେବା ସମୟରେ ଲୋକଙ୍କ ମଧ୍ୟରେ ଟଣା ଓଟରା ହେଉଥିବାର ଦେଖିବାକୁ ମିଳିଥିଲା।