ନିର୍ବାଚନ ପୂର୍ବରୁ ଆସିଲା ABP Cvoterର ଓପିନିୟନ୍ ପୋଲ୍ ରିପୋର୍ଟ, ଜାଣନ୍ତୁ ବିହାରରେ କିଏ ଗଢିବ ସରକାର?

ଆଗକୁ ବିହାର ବିଧାନସବା ନିର୍ବାଚନ, ସାରା ଦେଶର ଆଖି ଏବେ ବିହାର ଉପରେ। ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ଏବେ ସରଗରମ। ବିହାର ବିଧାନସବା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରଚାର ମୈଇଦାନକୁ ଓହ୍ଲାଇଛନ୍ତି। ବିହାରରେ ଆଗାମୀ ୫ ବର୍ଷ ଯାଏ କେଉଁ ସରକାର ଶାସନ କରିବେ ତାହା ନଭେମ୍ବର ୧୦ ତାରିଖରେ ସ୍ପଷ୍ଟ ହାଇଯିବ। ଏସବୁ ମଧ୍ୟରେ ବିହାରରେ କିଏ ଶାସନ ଗାଦିରେ ବସିବ ସେ ନେଇ ଓପିନିୟନ୍‌ ପୋଲ ସାମ୍ନାକୁ ଆସୁଛି। ABP CVoterର ଓପିନିୟନ ପୋଲ ମୁତାବିକ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ୧୩୫ରୁ ୧୫୯ଟି ସିଟ୍‌ ମିଳିବାକୁ ଥିବା ବେଳେ ମହାମେଣ୍ଟକୁ ୭୭ରୁ ୯୮ ଟି ସିଟ୍‌ ମିଳିପାରେ। ଏହି ଓପିନିୟନ ପୋଲ ମୁତାବିକ, ବିହାର ନିର୍ବାଚନରେ ବିଜେପି ଖାତାକୁ ସର୍ବାଧିକ ୭୩ରୁ ୮୧ ସିଟ୍‌ ମିଳିପାରେ ବୋଲି ଜଣାପଡ଼ିଛି। ନୀତିଶ କୁମାରଙ୍କ ନେତୃତ୍ବାଧୀନ ପାର୍ଟି ଜେଡିୟୁକୁ ୫୯ରୁ ୬୭ ସିଟ୍‌ ମିଳିପାରେ‌। ସେହିପରି ଆରଜେଡିକୁ ୫୬ରୁ ୬୪ ସିଟ୍‌ ମିଳିପାରେ। କଂଗ୍ରେସକୁ ୧୨ରୁ ୨୦ଟି ସିଟ୍‌ ମିଳିବାକୁ ଥିବାବେଳେ ବାମପନ୍ଥୀ ଦଳ ଗୁଡ଼ିକୁ ୯ରୁ ୧୪ ସିଟରେ ବିଜୟ ମିଳିପାରେ ବୋଲି ABP CVoter ଓପିନିୟନ ପୋଲ ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟପଟେ ନୀତିଶ କୁମାରଙ୍କୁ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୩୦ ପ୍ରତିଶତ ଲୋକେ ନିଜର ପ୍ରଥମ ପସନ୍ଦ ଭାବେ ବାଛିଥିବା ବେଳେ ୨୦ ପ୍ରତିଶତ ଲୋକ ତେଜସ୍ୱୀ ଯାଦବଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି। ସେପଟେ ଚିରାଗ ପାଶ୍ୱାୱାନଙ୍କୁ ୧୪ ପ୍ରତିଶତ ଓ ସୁଶିଲ ମୋଦିଙ୍କୁ ୧୦ ପ୍ରତିଶତ ଭୋଟର ଆଗମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *