ଜାମାତରୁ ଫେରିଥିବା ଲୋକଙ୍କ ବିଷୟରେ ସୂଚନା ଦେଲେ ମିଳି 10 ହଜାର ଟଙ୍କା ପୁରସ୍କାର। ଉତ୍ତରପ୍ରଦେଶରେ ଏମିତି ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ କାନପୁର ଅଞ୍ଚଳରେ ବର୍ତ୍ତମାନ ମଧ୍ୟ କିଛି ଅଞ୍ଚଳରେ ତବଲିଗ ଜମାତରୁ ଫେରିଥିବା କିଛି ବ୍ୟକ୍ତି ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଆଶଙ୍କା କରାଯାଇଛି। ଏହି ଲୁଚି ରହିଥିବା ଜମାତିଙ୍କୁ ପୋଲିସ ଅନେକ ଖୋଜିବା ପରେ ମଧ୍ୟ ପାଉନଥିବା ଜଣାପଡିଛି। ଲୁଚି ରହିଥିବା ଜମାତିଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ସ୍ଥାନୀୟ ଅ଼ଞ୍ଚଳର ଲୋକମାନଙ୍କ ସହୟତା ନେଇଛି କାନପୁର ପୋଲିସ। ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ଜମାତୀଙ୍କ ବିଷୟରେ ସଠିକ ସୂଚନା ପ୍ରଦାନ କଲେ ସୂଚନାଦାତାଙ୍କୁ 10 ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିବ କାନପୁର ପୋଲିସ। ଏ ନେଇ କାନପୁର ରେଞ୍ଜ ଆଇଜି ଘୋଷଣା କରିଛନ୍ତି।