ଭାରତକୁ ମିଳିଲା ରାଫେଲ୍ ବିମାନ

ଶତ୍ରୁଦେଶ ଏବେ ସାବଧାନ ହୋଇଯାଅ। ଭାରତକୁ ମିଳିସାରିଛି ବହୁପ୍ରତିକ୍ଷୀତ ରାଫେଲ୍ ବିମାନ। ଭାରତୀୟ ବାୟୁସେନା ଆଜି ପ୍ରଥମ ରାଫେଲ ବିମାନକୁ ଗ୍ରହଣ କରିଛି । ପ୍ୟାରିସଠାରେ ଏହାକୁ ଡେପୁଟୀ ଚିଫ ଏୟାର ମାର୍ସାଲ ଭିଆର ଚୌଧୁରୀ ଗ୍ରହଣ କରିଛନ୍ତି। ଯେଉଁଥିରେ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର ହୋଇଛି । ସେଠାରେ ମାର୍ସାଲ ଭିଆର ଚୌଧୁରୀ ରାଫେଲ ବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିଲେ। ତେବେ ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ। ଏହି ସମାରୋହ ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଗସ୍ତରେ ଯିବେ।

Leave a Reply

Your email address will not be published. Required fields are marked *