ବାଣ ଫୁଟାଇବା ବେଳେ ପୋଡ଼ିଗଲେ କ’ଣ କରିବେ: ଜାଣନ୍ତୁ ଡାକ୍ତର ଅଭିଶେକଙ୍କ ଆରୋଗ୍ୟ ଟିପ୍ସ୍

ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ପର୍ବରୁ ଲୋକେ ଆଲୋକର ପର୍ବ ମଧ୍ୟ କହିଥାନ୍ତି। ଦୀପାବଳିରେ ଘରକୁ ରଙ୍ଗବେରଙ୍ଗ ଆଲୋକରେ ସଜାଇବା ସହ ଦୀପ ଜାଳି ଓ ବାଣ ଫୁଟାଇ ପାଳନ କରିଥାନ୍ତି। ହେଲେ ଏହି ଦୀପାବଳିରେ ଅନେକ ସମୟରେ ଅଘଟଣା ଖବର ସାମ୍ନାକୁ ଆସେ। ସାମାନ୍ୟ ଅସାବଧାନତା ପାଇଁ ଅନେକ ଧନଜୀବନ ନଷ୍ଟ ହୋଇଯାଏ। ସିନିୟର ସ୍କିନ୍ ସ୍ପେସାଲିଷ୍ଟ୍  ଡକ୍ଚର କୁମାର ଅଭିଶେକଙ୍କ ମତରେ, ବାଣ ଫୁଟାଇବା ବେଳେ ସାବଧାନତା ଅବଲମ୍ବନ କଲେ ସୁରକ୍ଷିତ ଦୀପାବଳି ପାଳନ କରିପାରିବେ। ବାଣ ଫୁଟାଇବା ବେଳେ ସିନ୍ଥେଟିକ୍ ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। ଢିଲା ଓ ସୂତା କପଡା ପିନ୍ଧନ୍ତୁ। ଜନବସତି ଠାରୁ ଦୂର ତଥା ଖୋଲା ସ୍ଥାନରେ ବାଣଫୁଟାନ୍ତୁ। ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ। ନିଆଁ ଲିଗାବ ପରେ ନଫୁଟି ରହିଥିବା ବାଣକୁ ହାତରେ ଧରନ୍ତୁ ନାହିଁ କି ପୁନର୍ବାର ସେଥିରେ ନିଆ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ। ବାଣ ଫୁଟାଇବା ବେଳେ ପାଖରେ ପାଣି ବାଲଟି ରଖନ୍ତୁ। ବାଣ ଫୁଟାଇବା ବେଳେ କୌଣସି ବ୍ୟକ୍ତି ପୋଡ଼ିଗଲେ ତୁରନ୍ତ ପୋଡିଯାଥିବା ସ୍ଥାନରେ ଥଣ୍ଡା ପାଣି ଢାଳନ୍ତୁ ଏବଂ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଯାଅନ୍ତୁ।

Leave a Reply

Your email address will not be published. Required fields are marked *