ସବୁ କ୍ଷେତ୍ରରେ ରାଜ୍ୟ ଜାତୀୟ ସ୍ତରରେ ପଛୁଆ ଥିବାବେଳେ ନବୀନ ନମ୍ବର-1 ହେଲେ କେମିତି?: ନିରଞ୍ଜନ

ରାଜ୍ୟରେ ଦଣ୍ଡହାର ୪ ପ୍ରତିଶତ ଥିବା ବେଳେ ଗୁଡ଼ଗଭର୍ନାନ୍ସ ତଳ ଆଡ଼ୁ ୪ ନମ୍ବର, ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ରାଜ୍ୟ ପୋଲିସ୍‌କୁ ମାତ୍ର ୨୭ ପ୍ରତିଶତ ସଫଳତା ମିଳିଛି, ବେକାରି ବୃଦ୍ଧିରେ ୧ ନମ୍ବର ସେହିପରି ଚାଷୀମାନଙ୍କ ପ୍ରତି ଯାହା ପ୍ରତିଶୃତି ଦେଇଥିଲେ ତାହା କରିପାରି ନାହାଁନ୍ତି। ରାଜ୍ୟରେ ଶ୍ରମିକମାନେ ହତାସ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଉଛି। ନାରୀ ନିର୍ଯ୍ୟାତନାରେ ରାଜ୍ୟ ଦ୍ୱିତୀୟରେ ଅଛି। ହାରାହାରି ଭାବେ ଦେଖିବାକୁ ଗଲେ ରାଜ୍ୟ ୨୫ନମ୍ବରରେ ସ୍ଥାନ ପାଇଛି। ଏହି ପରୀପ୍ରେକ୍ଷୀରେ ନବୀନ ୧ନମ୍ବର ମୁଖ୍ୟମନ୍ତ୍ରୀ ହେଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ। କେବଳ ପ୍ରତିଶୃତି, ପ୍ରତାରଣା ଓ ପ୍ରଚାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଜନମତକୁ ଭ୍ରମିତ କରିବା ହେଉ ବା ବିଗୁଡ଼ିଥିବା ଭାବମୂର୍ତିକୁ ସଜାଡ଼ିବା ପାଇଁ ବହୁଳ ଅର୍ଥ ବ୍ୟୟ କରି ଏଭଳି ଏକ ପୁରସ୍କାର ଯୋଗାଡ଼ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକଙ୍କ ଆଶଙ୍କା କରିଛନ୍ତି।

Leave a Reply

Your email address will not be published. Required fields are marked *