କେ.ଟି ଗ୍ଲୋବାଲ ସ୍କୁଲରେ ଏଜ୍ୟୁକେସନ କନକ୍ଲେବ୍

ଭୁବନେଶ୍ୱର ଉପକଣ୍ଠ କେ.ଟି ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ ହୋଇଯାଇଥଛି ଏଜ୍ୟୁକେସନ କନକ୍ଲେବ୍। ପ୍ରଥମ ଥର ପାଇଁ କେ.ଟି ଗ୍ଲୋବାଲ ସ୍କୁଲରେ ଏଜ୍ୟୁକେସନ କନକ୍ଲେବ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନଟି ହୋଲିଷ୍ଟିକ୍ ଶିକ୍ଷା ଉପରେ ପର୍ଯ୍ୟବେସିତ ରହିଥିଲା। ଏହି ଅବସରରେ ଏକ ଆଲୋଚନାଚକ୍ର ମଧ୍ୟ ଅୟୋଜିତ ହୋଇଯାଇଛି। ଏହି ପ୍ୟାନେଲରେ ଭୁବନେଶ୍ୱର NISERର  ରେଜିଷ୍ଟ୍ରାର୍ ଶ୍ରୀ ଅଭୟ କୁମାର ନାୟକ, କେଟି ଗ୍ରୋବାଲ ସ୍କୁଲର ମେଣ୍ଟର ଶ୍ରୀ ଅରୁଣ କୁମାର ଦାସ, ପି ଏନ କଲେଜର ପୂର୍ବତନ ପ୍ରଫେସର ଶ୍ରୀ ପି କେ ମିଶ୍ର, ଏୟାର କମୋଡୋର (ଅବସର)ନିରଂଜନ କୁମାର ପାଢୀ, କେ.ଟି ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ଡ. ସବିତା ପଣ୍ଡା, ଉପାଧ୍ୟକ୍ଷ ଶ୍ରୀମତୀ ଅନୁରାଧା ଘୋଷ ପ୍ରମୁଖ ଏହି ସମାବେଶକୁ ସମ୍ବୋଧିତ କରିବା ସହ ହୋଲିଷ୍ଟିକ୍ ଶିକ୍ଷା ଉପରେ ଆଲୋଚନା କରିଥିଲେ।  ବିଦ୍ୟାଳୟର ଏକାଡେମିକ୍ ନିର୍ଦ୍ଦେଶକ ଶ୍ରୀ ପୂର୍ଣ୍ଣାଶିସ୍ ରଥ ଏହି ସମ୍ମିଳନୀକୁ ସ୍ୱାଗତ କରିଥିଲେ।

ଉପସ୍ଥିତି ବକ୍ତାମାନେ ବିଶେଷ କରି ଗୁରୁକୁଲ ବ୍ୟବସ୍ଥାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସାମଗ୍ରିକ ଶିକ୍ଷାକୁ ସଠିକ୍ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇ ଦେଇଥିବାରୁ କେ.ଟି ଗ୍ଲୋବାଲ୍ ସ୍କୁଲ୍କକୁ ପ୍ରଶଂସା କରିଥିଲେ। ପ୍ୟାନେଲ୍ ସର୍ବସମ୍ମତି କ୍ରମେ ଶିକ୍ଷା ମାଧ୍ୟମରେ ଜଣେ ବ୍ୟକ୍ତିର ମାନସିକ ଏବଂ ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଯୋଗେଦେବ ସହ କିଛି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।   

Leave a Reply

Your email address will not be published. Required fields are marked *