ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି, ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋମବାର ସକାଳ ପ୍ରାୟ ୮ଟାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହଂସପାଳ ଫ୍ଲାଏଓଭର ଶିଳାନ୍ୟାସ କରିଛନ୍ତି। ଉତ୍ତର ଭୁବନେଶ୍ୱର ପରିଷଦ ପକ୍ଷରୁ ହଂସପାଳ ଫ୍ଲାଏଓଭର ନିର୍ମାଣ ଲାଗି ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ବହୁ ଟଣାଓଟରା ପରେ ହଂସପାଳ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଥିଲା। ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଫ୍ଲାଏଓଭର ନିର୍ମାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଭୁବନେଶ୍ୱର ସାଂସଦଙ୍କ ଉଦ୍ୟମରେ ଏଠାରେ ଫ୍ଲାଏଓଭର ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ଏପରିକି ଶ୍ରୀମତୀ ଷଡ଼ଙ୍ଗୀ ସାଂସଦ ହେବା ପରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସହ ଆଲୋଚନା କରିବା ପରେ ଫ୍ଲାଏଓଭର ନିର୍ମାଣ ନେଇ ବାଟ ଖୋଲିଥିଲା। ଦେଢ଼ ବର୍ଷରେ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏଓଭର ପାଇଁ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଫ୍ଲାଏଓଭର ନିର୍ମାଣ ହେଲେ ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଞ୍ଚଳର ଲୋକମାନେ ଉପକୃତ ହେବେ।