ପୁରୀ ହାଜତ ମୃତ୍ୟୁ ମାମଲା: ବଢିଲା ସରକାରଙ୍କ ଅଡ଼ୁଆ

ପୁରୀ ହାଜତ ମୃତ୍ୟୁକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅପିଲ୍ ପରେ ଏବେ ଜାତୀୟ ମାନବାଧିକାର କମିଶନ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି। ଜାତୀୟ ମାନବାଧିକାର କମିଶନ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ମଧ୍ୟ ନୋଟିସ୍ କରିଛନ୍ତି। ମୃତ୍ୟୁର କାରଣକୁ ନେଇ ୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ସୋମବାର ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ଜଣେ ଆଇନଜୀବୀଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *