କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍। ମାତ୍ର ୩ ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବ ଓ ପଞ୍ଜୀକରଣ ଆରମ୍ଭ ହେବ ବୋଲି କୁହାଯାଇଛି। କେବଳ ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବ। ଶୋରୁମ ଖୋଲିବା ଅନୁମତି ନେଇ ଟ୍ୱିଟ କରି STA ସୂଚନା ଦେଇଛି। ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଗଜପତି RTOରେ ରେଜିଷ୍ଟ୍ରେସନ ହେବ। ଏହି ୪ଟି RTOରେ ନୂଆଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ ବୋଲି STA କହିଛି। ତେବେ ଲକଡାଉନରେ ଅନ୍ୟ ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବା ଅନୁମତି ମିଳାନାହିଁ ବୋଲି କୁହାଯାଇଛି।