ସର୍ବକାଳୀନ ରେକର୍ଡ ସୃଷ୍ଟି କଲା ସୁନା ଦର। ଘରୋଇ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୩୮ ହଜାର ଟଙ୍କା ନିକଟବର୍ତ୍ତୀ ହୋଇଛି। ଗୋଟିଏ ଦିନରେ 1114 ଟଙ୍କା ବୃଦ୍ଧି ହୋଇଛି। ଆମେରିକା ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଲଢ଼େଇ ଯୋଗୁ ସୁନାର ଚାହିଦା ବଢ଼ିଯାଇଛି। ସେହିପରି ରୁପା ଦର ୬୫୦ ଟଙ୍କା କେଜି ପ୍ରତି ବଢ଼ି ୪୩,୬୭୦ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆଉନ୍ସ ୧୪୯୦.୨୦ ଡଲାର ଓ ରୁପା ଦର ୧୬.୮୧ ଡଲାରରେ ପହଁଚିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଦରବୃଦ୍ଧିର ପ୍ରଭାବ ଦେଶର ସର୍ରାଫା ବଜାରରେ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ ପ୍ରତି ୧୦ ଗ୍ରାମ ୨୨କ୍ୟାରେଟ ସୁନା ଦର ୩୭,୭୫୦ ଟଙ୍କା ଓ ୨୪ କ୍ୟାରେଟ ଦର ୩୭,୯୨୦ ଟଙ୍କା ରହିଛି। ସେହିପରି ରୁପା ଦର କେଜି ପିଛା ୪୩,୬୭୦ ଟଙ୍କାରେ କାରବାର ବନ୍ଦ ହୋଇଛି। ଆଗାମୀ ଦିନରେ ସୁନାଦର ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ବର୍ତ୍ତମାନ ଭାରତୀୟ ବଜାରରେ ଗୋଟିଏ ବାଇକ୍ 40 ହଜାର ଟଙ୍କାରେ ମଧ୍ୟ ମିଳିଯାଉଛି। ତେଣୁ 10 ଗ୍ରାମ ସୁନାର ମୂଲ୍ୟ ଏବେ ଗୋଟିଏ ବାଇକ୍ ସହ ସମାନ ହେଲାଣି।