ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନାଦର। ପ୍ରଥମ ଥର ପାଇଁ ସୁନା ଦର ୩୯ ହଜାର ଟପିଲା। ସୁନା ମୂଲ୍ୟ ବୃଦ୍ଧି ଫଳରେ ରାଜଧାନୀ ଭୁବନେଶ୍ୱରରେ ଥିବା ଜୁଏଲାରୀମାନଙ୍କରେ ଆଉ ଦେଖିବାକୁ ମିଳୁନି ଭିଡ଼। ସେପଟେ ଗ୍ରାହକ ମଧ୍ୟ ବେଜଟ୍କୁ ଲକ୍ଷ୍ୟ କରି କମ ପରିମାଣରେ ସୁନା କଣିବାକୁ ବାଧ୍ୟ ହେଉଛନ୍ତି। ସୁନା ଦର ବୃଦ୍ଧି ଯୋଗୁ ସିଧାସଳଖ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡିଛି। ଆମେରିକା ଓ ଚୀନ ମଧ୍ୟରେ ଲାଗିରହିଥିବା ବାଣିଜ୍ୟକ ଲଢେଇ ଯୋଗୁ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ବିଶ୍ୱରେ ଏବେ ବାନ୍ଦାବସ୍ଥା ଲାଗି ରହିଥିବାରୁ ବ୍ୟବସାୟୀମାନେ ଏବେ ସୁନାକୁ ସୁରକ୍ଷିତ ବିଜନେସ୍ ବୋଲି ଭାବୁଛନ୍ତି। ଏହାସହିତ ଭାରତ ପାକିସ୍ତାନ ମଧ୍ୟରେ ନିକଟରେ ଯେଉଁଭଳି ସମ୍ପର୍କରେ ତିକ୍ତତା ଆସିଛି ଏହା ମଧ୍ୟ ଭାରତରେ ସୁନା ଦର ବୃଦ୍ଧିରେ ଆଉ କାରଣ ହୋଇପାରେ। ବର୍ତ୍ତମାନ ପରିସ୍ଥିତିରେ ଅନେକ ଭାରତୀୟ ନିବେଶକ ଏବେ ଅନ୍ୟକୌଣସି ସେକ୍ଟରେ ନିବେଶ ନ କରି ସୁନାରେ ନବେଶ କରିବାକୁ ସୁରକ୍ଷିତ ମନେ କରୁଛନ୍ତି। ଯାହା ଫଳରେ ସୁନାର ଚାଦିବା ବୃଦ୍ଧି ପାଇବା ସହ ଦର ମଧ୍ୟ ବୃଦ୍ଧି ପାଇଛି।