ଦିନକ ପରେ କମନୱେଲ୍ଥ ଟେବୁଲ୍ ଟେନିସ୍ । ଏଥିପାଇଁ ପାଇଁ ଓଡ଼ିଶାରେ ବିଦେଶୀ ଖେଳାଳିଙ୍କ ଭିଡ଼ ଜମିଲାଣି। ୨୧ ତମ ରାଜ୍ୟଗୋଷ୍ଟୀ ଟେବୁଲ୍ ଟେନିସ୍ ଚମ୍ପିୟାନସିପ୍ ପାଇଁ ଗୋଟିଏ ପରେ ଗୋଟିଏ ଦଳ ଓଡ଼ିଶାରେ ପହଂଚିଲେ। ପ୍ରଥମ ଦଳ ଭାବେ ୱେଲସ ଟିମ ପହଂଚି ଥିବାବେଳେ ପରେ ଦକ୍ଷିଣ ଆଫ୍ରିକା ଦଳ ପହଂଚିଛି। ରାତିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ମାଲେସିଆ ଟିମ ପହଞ୍ଚିବ। ବିଦେଶୀ ଟିମ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
କଟକ ଜବାହାରଲାଲ୍ ନେହୁରୁ ଇଣ୍ଡୋର ଷ୍ଟାଡିୟମରେ ଜୁଲାଇ ୧୭ରୁ ଆରମ୍ଭ ହେବ ପ୍ରତିଯୋଗିତା । ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟେବୁଲ୍ ଟେନିସ୍ ପ୍ରତିଯୋଗତାରେ ୧୪ଟି ଦେଶର ପ୍ରାୟ ୨ ଶହ ଖେଳାଳି ଭାଗ ନେବେ। ରାଜ୍ୟ ଟେବୁଲ୍ ଟେନିସ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରତିଯୋଗୀ ଏବଂ ଅଫିସିଆଲ୍ ମାନଙ୍କ ରହିବା, ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗିତା ପାଇଁ ଇଣ୍ଡୋର ଷ୍ଟାଡିୟମରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଷ୍ଟାଡିୟମର କାନ୍ଥରେ ସ୍ପୋଟିଂ ଆର୍ଟ, ବାହାରେ ଏଲ୍ଇଡି ଲାଇଟ୍, ଅତ୍ୟାଧୁନିକ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ସେପଟେ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ୩୦ଟି ବ୍ଲକ ଓ ୮ଟି ଏଣ୍ଟ୍ରି ପଏଣ୍ଟ ରଖାଯାଇଛି ।