ଜୋରିମାନା ଆଦାୟରେ ଓଡ଼ିଶା ନମ୍ବର୍-1

ଜୋରିମାନା ଆଦାୟରେ ପ୍ରଥମ ସ୍ଥାନରେ ଓଡ଼ିଶା । ନୂଆ ଟ୍ରାଫିକ ନିୟମ ଲାଗୁ ପରେ ଆମ ରାଜ୍ୟରେ ହିଁ ନିୟମ ଉଲ୍ଲଂଘନ କରି ଅଧିକ ଜୋରିମାନା ଦେଇଛନ୍ତି ଲୋକେ। ମାତ୍ର 6 ଦିନ ଭିତରେ ଜୋରିମାନା ବାବଦରେ ଗାଡି ଚାଳକଙ୍କଠାରୁ 1କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି। ଯେଉଁଥିରେ ରାଜ୍ୟରେ ଅଟୋଚାଳକମାନେ ସବୁଠୁ ଅଧିକ ଫାଇନ୍ ଗଣିଲେଣି। ଦୁଇ ଦିନ ତଳେ ଜଣେ ଅଟୋ ଚାଳକଙ୍କୁ ୪୭ହଜାର ୫୦୦ ଟଙ୍କା ଫାଇନ କରାଯାଇଥିଲା। ତାପରେ ଗତକାଲି ଆଉ ଜଣେ ଅଟୋ ଚାଳକଙ୍କଠାରୁ ୨୭ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି। ଯାହାକୁ ନେଇ ରାଜଧାନୀରେ କୋକୁଆ ଭୟ ଦେଖା ଦେଇଛି। ଅନେକ ଲୋକେ ଏବେ ଗାଡ଼ି କାଢିବାକୁ ଭୟ କରୁଛନ୍ତି।

Leave a Reply

Your email address will not be published. Required fields are marked *