ଲଘୁଚାପ ଜନିତ ବର୍ଷା ଯୋଗୁଁ ବେହାଲ ଦକ୍ଷିଣ ଓଡ଼ିଶା। ଦକ୍ଷିଣ ଓଡ଼ିଶାର 7 ଟି ଜିଲ୍ଲା ଏବେ ବନ୍ୟା ଯୋଗୁଁ ପ୍ରଭାବିତ। ଅନେକ ସ୍ଥାନରେ ଲୋକେ ବନ୍ୟା ଯୋଗୁଁ ଫସି ରହିଥିବା ବେଳେ କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।ବନ୍ୟା ପରିସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ସ୍ଥିତିରେ ସୁଧାର ଆସିଛି । ବନ୍ୟାଞ୍ଚଳରେ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। ସ୍ଥିତିକୁ ସର୍ବଦା ଏସଆରସି ପକ୍ଷରୁ ମନିଟରିଂ କରାଯାଇଛି। ତୁମୁଡିବନ୍ଧ ବ୍ଲକରେ ୨ଟି ଲୋକ ନିକ୍ଷୋଜ ରହିଛନ୍ତି। ମାଲକାନଗିରି ଜିଲ୍ଲାରେ ୨୦୭୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।କଳାହାଣ୍ଡିରେ ୧୬୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାୟଗଡା ୩୧୨୮ ଲୋକଙ୍କୁ ସ୍ଥାନାନ୍ତର କରଯାଇଛି । ବିଭିନ୍ନ ବନ୍ୟାଞ୍ଚଳରେ ଓଡ୍ରାଫ ,ଅଗ୍ନିଶମ, ମେଡିକାଲ ଟିମ୍ ନିୟୋଜିତ ଅଛନ୍ତି।