ଭୁବନେଶ୍ୱରରେ ପଶିଲା ବନ୍ୟା ଜଳ, ରାତିରେ ଡରାଉଛି ତମ୍ପ

ଭୁବନେଶ୍ୱର ଉପକଣ୍ଠରେ ବନ୍ୟା ଜଳ ପ୍ରବେଶ କରିବାରୁ ଶତାଧିକ ଘର ଏବେ ପାଣି ଘେରରେ। ବିଭିନ୍ନ ଗାଁରେ ପାଣି ପଶିଯାଇଛି। ବର୍ଷା କମିଥିଲେ ବି ଗାଁଗୁଡିକରୁ ପାଣି ନିଷ୍କାସନ ହୋଇପାରିନାହିଁ। ଅନେକ କଚ୍ଚାଘର ବି ଭାଙ୍ଗିଯାଇଛି। ବିଶେଷ କରି ସୁନ୍ଦରପଦା ଅଞ୍ଚଳରେ ପାଣି ପଶିଯାଇଥିବାରୁ ଅତି ଦୟନୀୟ ଅବସ୍ଥାରେ ଲୋକେ କଳାତିପାତ କରୁଛନ୍ତି। ସେପଟେ ଧଉଳି ଅଞ୍ଚଳର କଥା କହିଲେ ନସରେ। ସରଦେଇପୁର ଓ କୁସ୍ପଦା ଗାଁ ପାଣି ଘେରରେ। ଅନେକ ଘରେ ପାଣିପଶିଯିବାରୁ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ଲୋକେ। ସବୁ ଅଞ୍ଚଳରେ ପାଣି ଥିବାରୁ ସରିସୃପଙ୍କ ଆତଯାତ ଲାଗି ରହିଛି। ପୁଣି ଆଉ ଏକ ଲଘୁଚାପ ଆସୁଥିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବିଶେଷ କରି ସୁନ୍ଦରପଦା ଅଞ୍ଚଳରେ ପାଣି ପଶିଯାଇଥିବାରୁ ଅତି ଦୟନୀୟ ଅବସ୍ଥାରେ ଲୋକେ କଳାତିପାତ କରୁଛନ୍ତି। ଆଜି କୃଷ୍ଣପୁର ଗ୍ରାମ ନିକଟସ୍ଥ ଧନୁଆ ବ୍ରିଜ୍‌ ସଂଲଗ୍ନ ଆପ୍ରୋଚ ରାସ୍ତା ପ୍ରାୟ ୩୦୦ ଫୁଟ୍‌ ପର୍ଯ୍ୟନ୍ତ ଭାସିଯାଇଥିଲା। ଫଳରେ ବାଲିପାଟଣା ବ୍ଲକ୍‌ ରାଜସ, କୁରୁଞ୍ଜିପୁର, ଆଳିସିଶାସନ, ପୁରୋହିତପୁର ଓ ପମ୍ପାଲୋ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

କୃଷ୍ଣପୁର ଗ୍ରାମ ନିକଟସ୍ଥ ଧନୁଆ ବ୍ରିଜ୍‌ ସଂଲଗ୍ନ ଆପ୍ରୋଚ ରାସ୍ତା ପ୍ରାୟ ୩୦୦ ଫୁଟ୍‌ ପର୍ଯ୍ୟନ୍ତ ଭାସିଯାଇଛି। ଫଳରେ ବାଲିପାଟଣା ବ୍ଲକ୍‌ ରାଜସ, କୁରୁଞ୍ଜିପୁର, ଆଳିସିଶାସନ, ପୁରୋହିତପୁର ଓ ପମ୍ପାଲୋ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଅଚ୍ୟୁତପୁର କାଜ ଦେଇ ଭାର୍ଗବୀରୁ ବନ୍ୟାଜଳ ପ୍ରଖର ବେଗରେ ଧନୁଆ ନଦୀକୁ ବହିବାରୁ ଏହି ରାସ୍ତା ଧୋଇଯାଇଛି। ଫଳରେ ଏସବୁ ପଞ୍ଚାୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଗଲେ। ହେଲେ ପ୍ରଶାସନ ପକ୍ଷରୁ ବିପନ୍ନଙ୍କ ପାଖରେ ରନ୍ଧାଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ। ଗତ ଦୁଇ ଦିନ ହେଲା ବନ୍ୟା ଘେରରେ ଥିବା ଅଞ୍ଚଳରେ ତମ୍ପ, ନାଗ, ବୋଡ଼ା, ଚିତି ବୋଡ଼ା, ରଣା, ଗୋଧି ଭଳି ସରୀସୃପ ମାନେ ଭାସୁଥିବା ଦେଖିବାକୁ ମିଳୁଛି। ଫଳରେ ରାତି ହେଲେ ସାପ ଭୟରେ ଲୋକେ ଭୟରେ ଜୀବନ କାଟୁଛନ୍ତି।

Leave a Reply

Your email address will not be published. Required fields are marked *