ଭାରତୀୟ ମହିଳା ହକି ଟିମ୍ ରବିବାର ଜାପାନକୁ ୩-୧ ଗୋଲରେ ହରାଇ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ ଟାଇଟଲକୁ କବ୍ଜା କରିନେଇଛି। ଶନିବାର ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ଚିଲିକୁ ୪-୨ ଗୋଲରେ ହରାଇ ଅଲିମ୍ପିକ୍ କ୍ୱାଲିଫାୟର୍ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲା।
ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଆରମ୍ଭରୁ ଭାରତ ଆକ୍ରମଣ କରିଥିଲା ଏବଂ ତୃତୀୟ ମିନିଟରେ ହିଁ ଟିମକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାର ଫାଇଦା ଉଠାଇଥିଲେ କ୍ୟାପଟେନ୍ ରାନୀ, ଯିଏ ଜାପାନ ଗୋଲକିପର ଆକିଓ ତାନାକାଙ୍କୁ ଚକମା ଦେଇ ଗୋଲ୍ ବଲକୁ ସିଧା ଗୋଲପୋଷ୍ଟ ଭିତରକୁ ମାରିଥିଲେ।