ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ କାଳିଆ ସହାୟତା ଯଦି କୌଣସି ଅଯୋଗ୍ୟ ଚାଷୀଙ୍କୁ ମିଳିଛି ତେବେ ସେମାନେ ଫେରାଇବେ। ତାଙ୍କ ଠାରୁ ସରକାର ଟଙ୍କା ଫେରସ୍ତ ଆଣିବେ। ଏନେଇ କୃଷି ବିଭାଗ ଆରମ୍ଭ କରିଛି ଯାଞ୍ଚ। କୃଷି ସଚିବଙ୍କ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ଏକ କୋଟି କାଳିଆ ଦରଖାସ୍ତ ଆସିଥିବା ବେଳେ ୫୧ଲକ୍ଷ ହିତାଧିକାରୀଙ୍କ ନାଁ ୱେବବସାଇଡ଼ରେ ଅପଲୋଡ଼ ହୋଇଛି। ଏଥିରେ ୩୭ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ଅଛନ୍ତି । ଯେଉଁଥିରେ କିଏ ଅଯୋଗ୍ୟ ହିତାଧିକାରୀ ତାହାକୁ ଖୋଜୁଛି କୃଷିବିଭାଗ । ମଙ୍ଗଳବାର ଠାରୁ ଏହି ତାଲିକା ପଂଚାୟତ କାନ୍ଥରେ ଟଙ୍ଗା ଯିବାର ବ୍ୟବସ୍ଥା କରାଯାଇଛି। ଖାସ ସେଥିଲାଗି ପଂଚାୟତ ,ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିଛି ବିଭାଗ। ଏହି କମିଟିର ଲକ୍ଷ୍ୟ ହେଉଛି ଯେଉଁମାନେ ଚଞ୍ଚକତା କରି କାଳିଆ ଟଙ୍କା ନେଇଛନ୍ତି ସେମାନଙ୍କୁ ଖୋଜି ବାହାର କରିବା। ତେବେ ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଟଙ୍କା ନେଇଯାଇଥିବା ଅଯୋଗ୍ୟ ହିତାଧିକାରୀ ଏବେ ଛାନିଆ।