ଛୁଟି ଦିନରେ RTO ବନ୍ଦ ହେବନି , ରାଜଧାନୀରେ ଆଉ ୪ଟି ଅତିରିକ୍ତ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି

ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଏହା ସହ ଛୁଟି ଦିନ ମାନଙ୍କରେ ମଧ୍ୟ ଖୋଲା ରହିବ ଆର୍ଟିଓ ଅଫିସ। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍‌ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ।ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ ମଧ୍ୟ ଲୋକଙ୍କ ଭିଡ଼କୁ ଦେଖି ନିଷ୍ପତ୍ତି ହେବ ବୋଲି କହିଛନ୍ତି ପରିବହନ ସଚିବ। ଏଥିସହ ସମସ୍ତ ଛୁଟିଦିନ ମାନଙ୍କରେ ମଧ୍ୟ ଆରଟିଓ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ।

Leave a Reply

Your email address will not be published. Required fields are marked *