ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ କେଉଁଆଡେ ଫେରାର୍

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ୱରମ ଫେରାର୍। ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ୱରମଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସିବିଆଇକୁ ଚକମା ଦେଖାଇ ଚିଦାମ୍ବରମ ଫେରାର୍ ହୋଇଯାଇଛନ୍ତି। ସିବିଆଇ ଅଧିକାରୀଙ୍କ ଗୋଟିଏ ଟିମ ଚିଦାମ୍ୱରମଙ୍କ ଘରେ ପହଞ୍ଚିଥିଲେ ବି ସେଠାରୁ ଖାଲି ହାତରେ ଫେରିଛି। ଆଇଏନଏକ୍ସ ମିଡିଆ ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ନ ହେବାରୁ  ଚିଦାମ୍ବରମଙ୍କ ଗିରଫ ଆଶଙ୍କା ବଢିଯାଇଛି।

Leave a Reply

Your email address will not be published. Required fields are marked *