ଆସନ୍ତା ୨୨ ତାରିଖରୁ ଐତିହାସିକ ଇଡେନ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି।ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ କୋଲକତାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପିଙ୍କ୍ ବଲ୍ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ପାଇଁ ପୂରା ଷ୍ଟାଡିୟମକୁ ଗୋଲାପୀ ରଙ୍ଗରେ ସଜାଯାଇଛି। ଏହି ଐତିହାସିକ ଟେଷ୍ଟ ପାଇଁ ମଙ୍ଗଳବାର ସକାଳେ ଭାରତୀୟ କ୍ରିକେଟ ଟିମ କୋଲକାତାରେ ପହଞ୍ଚିଛି। କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ କୋଲକାତାରେ ପହଞ୍ଚିସାରିଛି। କୋଲକାତା ଏୟାରପୋର୍ଟରେ ଟିମ ପହଁଚିବା ପରେ ପ୍ରଶଂସକ ପିଙ୍କ ଟି-ଶାର୍ଟ ପିନ୍ଧି ଟିମକୁ ସ୍ୱାଗତ କରିଥିଲେ। ପୂର୍ବରୁ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଅଢେଇ ଦିନରେ ଇନିଂସ ଓ ୧୩୦ ରନରେ ପରାସ୍ତ କରିଥିଲା।