ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନର ଚେହେରା: ମିଳିବ ବିଶ୍ୱସ୍ତରୀୟ ସେବା

ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ। ଦିଆଯିବ ନୂଆ ରୂପ। ମିଳିବ ବିଶ୍ୱସ୍ତରୀୟ ସେବା।  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବ। ଗୁରୁବାର ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନ ଠାରେ ଭିଡିଓ କନଫରେନ୍ସି ଜରିଆରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ପୂର୍ବତଟ ରେଳବାଇ ଏବଂ ଓଡିଶା ସରକାରଙ୍କ ମଧରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମ୍ଓୟୁ ସ୍ୱାକ୍ଷରିତ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଗୋଟିଏ ଭଲ ଦିନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଆଜି ରେଳ ବିଭାଗ ଓ ଓଡିଶା ସରକାରଙ୍କ ମଧ୍ୟରେ ପ୍ରାରମ୍ଭିକ ବୁଝାମଣା ପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ରେଳ ଷ୍ଟେସନର ଉନ୍ନତିକରଣ ଓଡିଶାର ବିକାଶ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଭୁବନେଶ୍ୱର ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯୁଗ୍ମ ଭାବେ ୧୩୦ କୋଟି ଟଙ୍କା ଅନୁଦାନ ଦେବେ । ଏହି କାର୍ଯ୍ୟରେ ସିଙ୍ଗାପୁରର ସୁର୍ବନାଜୁରମ ଭଳି ଏକ ପ୍ରତିଷ୍ଠିତ ସଂସ୍ଥାକୁ ସାମିଲ କରାଯାଇଛି। ଫଳରେ ସିଙ୍ଗାପୁର ଢାଞ୍ଚାରେ ଭୁବନେଶ୍ୱର ରେଳ ଷ୍ଟେସନର ଚେହେରା ବଦଳାଇବାକୁ ଯୋଜନା କରାଯାଇଛି।

Leave a Reply

Your email address will not be published. Required fields are marked *