ସାବଧାନ! ହୋଟେଲରେ ମଟନ୍ ମାଗିଲେ ମିଳୁଛି କୁକୁର ମାଂସ

କୋଲକାତା ପରେ ଏବେ କର୍ଣ୍ଣାଟକ ହୋଟେଲରେ ଦିଆଯାଉଛି କୁକୁର ମାଂସ। ଏଭଳି ଅଭିଯୋଗ ଆସିଛି ବେଙ୍ଗାଲୁରରୁ। ବେଙ୍ଗାଲୁର ହୋଟେଲରେ ମଟନ ନାଁରେ କୁକୁର ମାଂସ ଦିଆଯାଉଛି ବୋଲି ଅଭିଯୋଗ ଆସିବା ପରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଏଠାରେ ବଡ ବଡ ହୋଟେଲରେ ମଟନ ବଦଳରେ କୁକୁର ମାଂସ ଦିଆଯାଉଛି।

କିଛିଦିନ ପୂର୍ବେ ବେଙ୍ଗାଲୁରୁ ସହରର କୁକୁରଙ୍କ ସଂଖ୍ୟା ଅନେକ ମାତ୍ରାରେ ବଢିଯାଇଥିଲା, ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯାହାକୁ ନେଇ ବିବିଏଚବି ଆପାର୍ଟମେଣ୍ଟ ରେସିଡେଣ୍ଟ ୱେଲଫେୟାର ଆସୋସିଏଶନ ପକ୍ଷରୁ ଏକ ଏଜେନ୍ସୀକୁ ଅଞ୍ଚଳର କୁକୁରଙ୍କୁ ହଟାଇବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏବେ ଦାବି କରାଯାଉଛି ସେହି ଏଜେନ୍ସି ନେଇଯାଇଥିବା କୁକୁରକୁ କାଟି ହୋଟେଲକୁ ମଟନ ଭାବରେ ବିକ୍ରି କରୁଛି। ବେଙ୍ଗାଲୁରୁର ପଶୁ କଲ୍ୟାଣ ଅଧିକାରୀ କହିଛନ୍ତି, ଏହି କଥାକୁ ଆମେ ମନା କରିପାରିବୁ ନାହିଁ। ପୂର୍ବରୁ ମଧ୍ୟ କୁକୁର ମାଂସ ବିକ୍ରି କରିବା ମାମଲା ସାମ୍ନାକୁ ଆସିଛି। ଏବେ ଦାବି କରାଯାଉଛି ଯେ ଏଠାକାର ଅନେକ ଅଞ୍ଚଳରେ କୁକୁର ମାଂସ ବିକ୍ରି କରାଯାଉଛି। ଘଟଣାର ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିବା ପରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *