ସେବା ବଦଳରେ ଚାଲିଛି ମଉଜ। ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପରିବର୍ତ୍ତେ ଡାକ୍ତର ଖେଳୁଛନ୍ତି ଜୁଆ। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏଭଳି ସାଂଘାତିକ ଓ ବିପଦଜନକ ଚିତ୍ର ଏବେ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ବିଷମ କଟକର ଏକ ପଞ୍ଚାୟତରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୋବାଇଲ୍ ଚିକିତ୍ସା ଭ୍ୟାନ୍ ପାଲଟିଛି ମସ୍ତିର ପେଣ୍ଠସ୍ଥଳ। ତାସ୍ ପାଲିରେ ଜମୁଛି ଆସର, ଡାକ୍ତରରୁ ଡ୍ରାଇଭର ସମସ୍ତେ ହୋଇଛନ୍ତି ମତୁଆଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହା ଦିନେ କିମ୍ବା ଦି ଦିନ ନୁହେଁ ଅଧିକାଂଶ ବେଳେ ଏଭଳି ମଉଜ କରୁଛନ୍ତି ପୁରା ୟୁନିଟର କର୍ମକର୍ତ୍ତା।