ଜାଣନ୍ତୁ ରାତ୍ରି ଭୋଜନରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି କ’ଣ ଖାଇଲେ

ଡିସେମ୍ବର 22 ତାରିଖରେ ବାରବାଟୀରେ ବହୁ ପ୍ରତିକ୍ଷୀତ ଦିନିକିଆ। ଏଥିପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ମେ ଫେୟାର ହୋଟେଲରେ ରହୁଛନ୍ତି। ଏହି ହୋଟେଲରେ ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଦୀର୍ଘ 5 ଦିନ ଧରି ଦୁଇ ଦେଶର ଖେଳାଳି ରହିବେ। ତେଣୁ ଖେଳାଳିଙ୍କ ମନ ପସନ୍ଦର ଖାଦ୍ୟ ପରଶିବାକୁ ହୋଟେଲ ପକ୍ଷରୁ ପ୍ରୟାସ ଜାରି ରହିଛି। ଗୁରୁବାର ରାତିରେ ଉଭୟ ଦଳର ଖେଳାଳିଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ପରଶା ଯାଇଛି। ୱେଷ୍ଟଇଣ୍ଡିଜ ଦଳର ଖେଳାଳିଙ୍କ ମେନ୍ୟୁରେ ଅଧିକାଂଶ ନନଭେଜ୍ ଖାଦ୍ୟ ରହିଥିଲା। ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ମେନ୍ୟୁରେ ନନଭେଜ ସହ ଭେଜ୍ ଖାଦ୍ୟ ରହିଥିଲା। ଉଭୟ ଦେଶର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ କିଛି ଓଡ଼ିଆ ଖାଦ୍ୟ ମଧ୍ୟ ପରଶା ଯାଇଥିଲା।

ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିଥିଲା। ସେହପିରି ନିରାମିଷରେ ଡାଲମା, ବଟର ପନିର,  ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଶା ଯାଇଥିଲା।

ତେବେ ଆସନ୍ତୁ ଜାଣିବା ଉଭୟ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ଖେଳାଳିଙ୍କ ଡିନର୍ ଟେବୁଲରେ କେଉଁ ଖାଦ୍ୟ ପରଶା ଯାଇଥିଲା…

ଡିନର୍: 3 ପ୍ରକାରର ଚାଉଳର ଭାତ, ରୁଟି, ଗ୍ରୀନ୍‌ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍‌ଡ ଚିକେନ, ଦେଶୀ କୁକୁଡା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡକା, ପନିର , ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ…

Leave a Reply

Your email address will not be published. Required fields are marked *