ଦଳରୁ ବିଦା ହେବା ପୂର୍ବରୁ ବୁଦ୍ଧି ଖଟାଇଲେ ଧୋନୀ, ଦୁଇମାସ ଛୁଟି ପାଇଁ କଲେ ନିବେଦନ

ଭାରତୀୟ ଟିମର ଅଭିଜ୍ଞ ଖେଳାଳି ଧୋନୀଙ୍କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ତାହାକୁ ବିରାମ ଦେଇଛନ୍ତି ନିଜେ ଧୋନୀ। ଆଗାମୀ ଦୁଇ ମାସ ପାଇଁ ସେ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିସିସିଆଇକୁ ଧୋନୀ ଚିଠି ଲେଖି ଅନୁରୋଧ କରିଛନ୍ତି। ୩୮ ବର୍ଷିୟ ଧୋନୀ ବିସିସିଆଇକୁ ଆସନ୍ତା ୨ମାସ ଯାଏଁ କୌଣସୀ ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ। ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।ଏଥିରୁ ସ୍ପଷ୍ଟ ଯେ ଆସନ୍ତା 3 ତାରିଖରୁ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଧୋନୀ ଖେଳିବେ ନାହିଁ। ସେପଟେ ଅନେକ କହୁଛନ୍ତି, ବିଶ୍ୱକପରେ ଧୋନୀଙ୍କ ପ୍ରଦର୍ଶନକୁ ନେଇ ଯେଉଁଭଳି ସମାଲୋଚନାର ଶିକାର ହୋଇଥିଲେ, ତାକୁ ଭୁଲି ପାରିନାହାଁନ୍ତି ଧୋନୀ। ତେଣୁ କାଳେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ନମିଳିବ, ସେଥିପାଇଁ ସେ ନିଜ ତରଫରୁ ଆଗରୁ ଛୁଟି ନେବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *