ବରିଷ୍ଠ ଆଇପିଏସ୍ ଅଫିସର ଧୀରେନ୍ଦ୍ର ସାମ୍ଭାଜି କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ୧୯୯୭ ବ୍ୟାଚ୍ର ଏହି ଆଇପିଏସ୍ ଅଧିକାରୀ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ୍ ସ୍ପେସିଆଲ ଡ୍ୟୁଟି(ଓଏସ୍ଡି) ଭାବେ କାର୍ଯ୍ୟ କରିଆସୁଥିଲେ। ଏହା ପୂର୍ବରୁ ପରିବହନ କମିଶନର ଥିଲେ କୁଟ୍ଟେ। ବିଶେଷ କରି ନକ୍ସଲ ଦମନ କ୍ଷେତ୍ରରେ କୁଟ୍ଟେଙ୍କ ଭୂମୀକା ବେଶ ପ୍ରଶଂସନୀୟ ଥିଲା। ନିକଟରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ମଧ୍ୟ କୁଟ୍ଟେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।