କେଜ୍ରିୱାଲ୍ ସରକାରଙ୍କ ବାଚସ୍ପତିଙ୍କୁ 6ମାସ ଜେଲ୍

ଦିଲ୍ଲୀର କେଜ୍ରିୱାଲ୍ ସରକାରଙ୍କୁ ଶକ୍ତ ଝଟକା। ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୫ ଭାଜପା ନେତା ତଥା ମନୀଷ ଘାଇଙ୍କ ଘରେ ରାମନିବାସ ଓ ତାଙ୍କର କିଛି ସମର୍ଥକ ଜବରଦସ୍ତି ପଶିଯାଇଥିଲେ ଭଙ୍ଗାରୁଜା କରିଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଗତ ଶୁକ୍ରବାର ଏହାର ଶୁଣାଣି କରି ରାମନିବାସଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *