ଝଲସିବନି ମଣ୍ଡପ, ଦେଖିବାକୁ ମିଳିବ ନାହିଁ ଭିଡ଼,କଟକଣାରେ ହେବ କଟକ ଦୁର୍ଗାପୂଜା

ସମ୍ପୂର୍ଣ୍ଣ କଟକଣା ମଧ୍ୟରେ କଟକରେ ଏଥର ହେବ ଦୁର୍ଗାପୂଜା। କଟକରେ ଦୁର୍ଗାପୂଜା ହେବ ହେଲେ ଦେଖିବାକୁ ମିଳିବ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼।  କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ କଟକର ଐତିହାସିକ ଦୁର୍ଗାପୂଜାକୁ କଟକଣା ମଧ୍ୟରେ ସଂପନ୍ନ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କଟକ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ହେବ ନାହିଁ। ସେହିଭଳି ଲୋକଙ୍କର ଗହଳି ମଧ୍ୟ ହୋଇପାରିବ ନାହିଁ। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭାଇଚାରାର ସହର କଟକରେ ହେଉଥିବା ଦୁର୍ଗାପୂଜା ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ସହରର ୨୦ରୁ ଅଧିକ ପୂଜା କମିଟି ରୁପା ମେଢ଼ କରୁଥିବା ବେଳେ କିଛି ସ୍ଥାନରେ ମା’ଙ୍କ ମୁକଟ ସୁନା ଅଳଂକାରରେ ତିଆରି ହୋଇଥାଏ। ସହରରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପୂଜା କମିଟି ଦ୍ୱାରା ବଡ଼ ଧରଣର ଦୁର୍ଗା ପୂଜାର ଆୟୋଜନ କରାଯାଇଥାଏ। ସେପଟେ କୋଭିଡ-୧୯ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ଅନୁମତି ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *