Skip to content
ଜଣେ ୧୬ ବର୍ଷର ନାବାଳକ ଭାଇ, ନିଜର ସଂପର୍କୀୟା ନାବାଳିକା ଭଉଣୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଚମ୍ପୁଆ ଥାନା ଅଧିନସ୍ଥ କାଟୁଳିକନା ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଘଟଣାକୁ ନେଇ ଚମ୍ପୁଆ ପୋଲିସ ଛାନଭିନ୍ ଆରମ୍ଭ କରିଛି । ସୋମବାର ସଂଧ୍ୟାରେ, ୧୩ ବର୍ଷିୟା ନାବାଳିକା ଝିଅଟି ପାଖରେ ଥିବା ସଂପର୍କୀୟ ବଡ଼ବାପାଙ୍କ ଘରକୁ ଫୁଲ ତୋଳିବା ପାଇଁ ଯାଇଥିଲା । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ସଂପର୍କୀୟ ନାବାଳକ ଭାଇ, କଣ୍ଢେଇ ଦେଖାଇବା ବାହାନାରେ ଭଉଣୀକୁ ଘରଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲା । ତେବେ ସେତିକି ବେଳେ ନାବାଳିକାର ମା ପହଁଚି ଯାଇଥିଲେ ଏବଂ ଏଭଳି ସ୍ଥିତି ଦେଖି ସଙ୍ଗେସଙ୍ଗେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ପୀଡ଼ିତା ନାବାଳିକାର ବୟାନ ରେକର୍ଡ଼ କରିବା ସହ ଉଭୟଙ୍କର ଡାକ୍ତରୀ ମାଇନା କରାଇ ତଦନ୍ତ ଜାରି ରଖିଛି।