ସେପ୍ଟେମ୍ବର ସୁଦ୍ଧା ଆସିପାରେ କରୋନା ଟିକା

ସେପ୍ଟେମ୍ବର ସୁଦ୍ଧା ଆସିପାରେ କରୋନାଭାଇରସ୍ ପ୍ରତିଷେଧକ ମେଡିସିନ୍,  ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପ୍ରଫେସର୍‌ ସାରା ଜିଲ୍‌ବର୍ଟ ଏହା କହିଛନ୍ତି।। ସେ କହିଛନ୍ତି ଯେ ତାଙ୍କ ଟିମ୍ ନିଶ୍ଚିନ୍ତ ଯେ ‘ସିଏଚ୍ଏଡିଓଏକ୍ସ-ୱାନ୍’ ଟିକା କରୋନାଭାଇରସ୍ ବିପକ୍ଷରେ କାମ ଜାରି ରଖିଛନ୍ତି। ଏବଂ ସେପ୍ଟେମ୍ବର ମାସ ସୁଦ୍ଧା ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ ଗ୍ରୁପ୍ ଏକ ନିୟୁତ ଟିକା ଉତ୍ପାଦନ କରିପାରିବ। ଇଂଲଣ୍ଡ୍ ସରକାରଙ୍କ ପୃଷ୍ଠପୋଷକତାରେ ପ୍ରସ୍ତୁତି ହେଉଥିବା ଏହି ଟିକାର ଡାକ୍ତରୀ ପରୀକ୍ଷଣ ଆସନ୍ତା ସପ୍ତାହରେ କରାଯିବ। ସମଗ୍ର ବିଶ୍ୱରେ ପ୍ରାୟ ୮୦ଟି ଗ୍ରୁପ୍ କରୋନାଭାଇରସ୍‌ ପ୍ରତିଷେଧକ ଟିକା ଉଦ୍ଭାବନ କରିବାରେ ଲାଗିପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *