ବିଶ୍ୱର ପ୍ରାୟ ସମସ୍ତ ଦେଶ ଏବେ କରୋନା ମାହାମାରୀ ଦ୍ୱାରା ଶିକାର ହୋଇସାରିଛନ୍ତି। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ କରୋନା ଭାଇରସରେ ଶିକାର ହେବା ସହ ହଜାର ହଜାର ଲୋକ ପ୍ରାଣ ପରାଉଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ଅନେକ ଦେଶ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତାର କଡା ନିୟମ ଲାଗୁ କରିଛନ୍ତି। ତଥାପି ଏହା ଉପରେ ଆୟୋତ୍ତ ଆସିପାରୁନାହିଁ। ତେବେ ଏହାରି ଭିତରେ ଉଗାଣ୍ଡାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଉଗାଣ୍ଡାରେ କ୍ୱାରେଣ୍ଟାଇନରେ ରହୁଥିବା କରୋନା ସନ୍ଦିଗ୍ଧମାନେ ଏବେ ପରସ୍ପର ସହ ଯୌନ ସଂପର୍କ ରଖୁଥିବା ଜଣା ପଡ଼ିଛି। ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଲି ସୂଚନ ମିଳିଛି। ଉଗାଣ୍ଡାରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକମାନେ ଏକଜୁଟ୍ ହୋଇ ରହୁଛନ୍ତି। ସେମାନେ ଗୋଟିଏ ରୁମ୍ ରୁ ଅନ୍ୟ ରୁମ୍ କୁ ଯାଉଛନ୍ତି। ଏହା ବ୍ୟତୀତ କିଛି ଲୋକ ହୋଟେଲରେ ବୁଲାବୁଲି କରି ନିଜ ବନ୍ଧୁ ଏବଂ ସାଙ୍ଗସାଥୀଙ୍କୁ ଭେଟିଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସଂକ୍ରମଣ ରୋକିବାର ଆମର ପ୍ରୟାସକୁ ବିଫଳ କରିଦେଉଛି ବୋଲି ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।