ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ। ବନ୍ୟାଞ୍ଚଳ ପରିଦର୍ଶନ ପରେ ସେ ଅଧିକାରୀଙ୍କ ସହିତ ବୈଠକ କରିବେ। ଏହି ଅବସରରେ କ୍ଷତିଗ୍ରସ୍ଥ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ କିଛି ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି। ବନ୍ୟା ଯୋଗୁଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର, ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ା,ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟାର ଅଧିକ ପ୍ରଭାବ ପଡ଼ିଛି।