ପୋଲିସ ଅଧିକାରୀଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ: ଖରାପ କାମ କଲେ ବିଦା ହେବାକୁ ଦେଲେ ଚେତାବନୀ

ଭଲ କାମ କଲେ ପ୍ରମୋସନ, ଖରାପ କାମ କଲେ ଡିମୋସନ ନହଲେ ସସପେଣ୍ଡ। ପୋଲିସର ବ୍ୟବହାର କେମିତି ହେବ, ସେନେଇ ବରିଷ୍ଠ ଅଧିକାରୀ, ୬୩୫ ଥାନା ଅଧିକାରୀ ଓ ଅନ୍ୟ ପଦାଧିକାରୀଙ୍କ ସହ ଶନିବାର ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏଣିକି ପ୍ରତି ଥାନା ଅଧିକାରୀ ଏହି ଗାଇଡ୍‌ଲାଇନରେ କାମ କରିବେ। ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ପୋଲିସ କିପରି 5Tର ସଫଳ ରୂପାୟନ କରିବ, ତାହା ପଦୋନ୍ନତିର ମାପଦଣ୍ଡ ହେବ। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ, ମାମଲାର ଅନୁଧ୍ୟାନ କିପରି ହେବ, ଏହାସହ ତଦନ୍ତ ପ୍ରକ୍ରିୟାକୁ ନେଇ ଅଭିଯୋଗକାରୀ ପକ୍ଷକୁ ଶୁଣାଯାଉଛି କି ନାହିଁ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ଫୋନ ନମ୍ବର ସିଧା ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଦୈନିକ ୧୦ ଜଣ ଅଭିଯୋଗକାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ମୁଖ୍ୟମନ୍ତ୍ରୀ ମତାମତ ଗ୍ରହଣ କରିବେ। ଅଭିଯୋଗକାରୀଙ୍କ ଅଭିଯୋଗ ପୋଲିସର ଟୋଲ ଫ୍ରି ନମ୍ବରରେ ଦାଖଲ କରିବାକୁ ବି ଯୋଜନା କରାଯାଇଛି।

Leave a Reply

Your email address will not be published. Required fields are marked *