କେନ୍ଦ୍ରୀୟ ବଜେଟକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ: ଜାହା ଶୁଣିଲେ ଆପଣ ମଧ୍ୟ ହଜମ କରିପାରିବେନି

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇ ଥିବା ବେଳେ ବିଶେଷ କରି ସାଧାରଣ ବର୍ଗ ଓ ମଧ୍ୟମ ବର୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛିା ବଜେଟ ଆସିବା ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଳ୍ପ କିଛି କ୍ଷେତ୍ରକୁ ଛାଡି କେନ୍ଦ୍ର ବଜେଟକୁ ଉଚ୍ଚ ପ୍ରଶଂସା କରିଛନ୍ତି ନବୀନ। କେନ୍ଦ୍ର ବଜେଟ ଦୂରଦୃଷ୍ଟିସମ୍ପନ୍ନ ଓ ଏହା ଦେଶ ପାଇଁ ହିତକର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରେଳବାଇ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ପାଣ୍ଠି ବ୍ୟୟବରାଦ କରାଯାଇଥିବାରୁ ନବୀନ ଖୁସି ଜାହିର କରିଛନ୍ତି । ସେହିପରି କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁୁରୁତ୍ୱ ଦିଆଯାଇଥିବାରୁ ନବୀନ ସ୍ୱାଗତ କରିଛନ୍ତିା

ମହିଳା ଶିଶୁ ବିକାଶ, ଜୀବିକା ମିଶନ ସ୍ଵାସ୍ଥ୍ୟ, ଶିକ୍ଷା, ଦକ୍ଷତା, ବିକାଶ, ପାନୀୟ ଜଳ ପାଇଁ ବ୍ୟୟବରାଦ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି। ସେପଟେ ମନରେଗା, ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ଜାତୀୟ ସାମାଜିକ ସୁରକ୍ଷା ଯୋଜନା,ଜାତୀୟ ରାଜପଥ ଆଦି ପାଇଁ କମ୍ ବ୍ୟୟବରାଦ ହୋଇଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠି ପ୍ରଶ୍ନ ଉଠୁଛି ଏହା ଆଗରୁ ମୋଦୀ ସରକାର ୫ଥର ବଜେଟ ଉପସ୍ଥାପନ କରିଥିଲେ ମଧ୍ୟ ଥରଟିଏ ବି ଏତେ ପ୍ରଶଂସା କରି ନଥିବା ନବୀନ ପଟ୍ଟନାୟକ ହଠାତ ବଦଳିଗଲେ କେମିତି…

Leave a Reply

Your email address will not be published. Required fields are marked *