ଚଳିତ ବର୍ଷ ନିଜର ଜନ୍ମ ଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତବର୍ଷ ଫନି ବାତ୍ୟା ରାଜ୍ୟରେ ଅନେକ କ୍ଷୟକ୍ଷତି କରାଇଛି। ଏବେ ବି ଲୋକେ ଫନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତିକୁ ଭରଣ କରିପାରିନାହଁନ୍ତି। ଅନେକ ଲୋକ ହରାଇଥିବା ଘର ଓ ଫସଲ ଫେରି ପାଇନାହଁନ୍ତି। ଏପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ନିଜର 73ତମ ଜନ୍ମଦିନ ପାଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଦିନରେ ମୋତେ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ ନବୀନ ନିବାସକୁ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ବୋଲି ନବୀନ କହିଛନ୍ତି। ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ ବୋଲି ସେ କହିଛନ୍ତି।