ବିଜେପୁର ଉପନିର୍ବାଚନ: ଜାଣନ୍ତୁ କେତେ ଦିନ ଛୁଟି ଘୋଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ?

ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ନିର୍ବାଚନ କମିସନଙ୍କ ନିର୍ଦେଶରେ ମୁଖ୍ୟ ନିର୍ବାଚନ ଅଧିକାରୀ ଲାଗିପଡ଼ିଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ତିନି ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନମଣ୍ଡଳୀ ବାହାରେ ଥିବା କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ବିଜେପୁର ବାହାରେ ଥିବା କର୍ମଚାରୀମାନେ ମତଦାନ ପାଇଁ ଛୁଟି ନେଇ ଆସିପାରିବେ।

ତେବେ ନିର୍ବାଚନ ପ୍ରଚାର ପାଇଁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସମସ୍ତ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି।ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ଅଧ୍ୟକ୍ଷ ବସନ୍ତ ପଣ୍ଡା ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କୁ ଧରି ରୋଡ ସୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏନ୍‌ଏସି, ବରପାଲି ବ୍ଲକର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍‌ଏସି ଅଞ୍ଚଳରେ ପ୍ରଚାର କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସରେ ମରାଥନ ପ୍ରଚାର କରିଛନ୍ତି।

Leave a Reply

Your email address will not be published. Required fields are marked *