ରାଜ୍ୟରେ କରୋନା ଆକ୍ରାନ୍ତାଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 225 ଜଣ କରୋନା ପଜିଟିଭ୍ ଚିହ୍ନଟ୍ ହୋଇଛନ୍ତି। ଏହାରି ଭିତରେ ଦୁଇଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ଦୁହେଁ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଆଜି ସକାଳୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇ ଜଣ ମହିଳା ଡାକ୍ତର କୋରନାରେ ସଂକ୍ରମିତ ହୋଇଥିଲେ। ଏ ନେଇ କଳାହାଣ୍ଡି ସିଡିଏମ୍ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏବି ଦୁଇ ପୋଲିସ ଅଧିକାରୀ ସଂକ୍ରମଣ ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।