କ୍ରିକେଟ୍ ଏବେ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ ହୋଇସାରିଛି। ଫୁଟବଲ ଭଳି କ୍ରିକେଟକୁ ମଧ୍ୟ ଏବେ ଅନେକ ଦେଶ ଆପଣାଇସାରିଲେଣି। ଦିନକୁ ଦିନ କ୍ରିକେଟ୍ର ଲୋକପ୍ରିୟତା ବଢିବଢି ଚାଲିଛି। ଅନେକ ଦେଶ ଏବେ କ୍ରିକେଟ୍ ପ୍ରେମରେ ପଡିଯାଇଛନ୍ତି। ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳ ବର୍ତ୍ତମାନ ବିଭିନ୍ନ ଦେଶରେ ଏକ ଲୋକପ୍ରିୟ ଖେଳ ଭାବେ ପରିଚିତ। ତେବେ କ୍ରିକେଟ୍ ଖେଳ ଦେଖିବା ପାଇଁ ମଧ୍ୟ ଦର୍ଶକ ସଂଖ୍ୟା ବଢିବଢି ଚାଲିଛି। ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ହେଲେ ଅନେକ ଦର୍ଶକ ଷ୍ଟାଡିୟମରେ ବସି ଖେଳ ଦେଖିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ହେଲେ ଷ୍ଟାଡିୟମର କାପାସିଟି ଅନୁସାରେ ସମସ୍ତେ ଖେଳ ଦେଖି ପାରନ୍ତି ନାହିଁ। ତେଣୁ ଅନେକ ଦେଶ ଏଭଳି ଷ୍ଟାଡ଼ିୟମ ତିଆରି କରିଛନ୍ତି ଯେମିତି ଗୋଟିଏ ଷ୍ଟାଡିୟମରେ ଲକ୍ଷାଧିକ ଲୋକ ବସି କ୍ରିକେଟ୍ ମ୍ୟାଚ୍ ଦେଖିପାରିବେ।
ତେବେ ଜାଣନ୍ତୁ ବିଶ୍ୱର ଟପ୍-୫ ବିଶାଳ କ୍ରିକେଟ୍ ଷ୍ଟାଡିୟମ ବିଷୟରେ…
1-ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ- ଅଷ୍ଟ୍ରେଲିଆରେ ଅବସ୍ଥିତ ଏହି କ୍ରିକେଟ୍ ଗ୍ରାଉଣ୍ଡ ବିଶ୍ୱର ସବୁଠୁ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମ। ୧୮୫୩ ମସିହାରେ ଏହି ଷ୍ଟାଡିୟମ ତିଆରି ହୋଇଥିଲା। ଏହା ବିଶ୍ୱର ଅନ୍ୟତମ ପୁରାତନ କ୍ରିକେଟ୍ ଷ୍ଟାଡିୟମ ଅଟେ। ଏହାର କାପାସିଟି ୧ ଲକ୍ଷରୁ ସାମାନ୍ୟ ଅଧିକ।
2-ଇଡେନ ଗାର୍ଡେନ, କୋଲକାତା- ଏହି ପ୍ରସିଦ୍ଧ କ୍ରିକେଟ୍ ଷ୍ଟାଡିୟମ ଗୋଟିଏ ସମୟରେ ବିଶ୍ୱର ବୃହତ୍ତମ ଷ୍ଟାଡିୟମ ଭାବେ ଗଣାଯାଉଥିଲା। ହେଲେ ୨୦୧୧ ବିଶ୍ୱକପ ପାଇଁ ଏହି କ୍ରିକେଟ୍ ଷ୍ଟାଡିୟମର ନବୀକରଣ କରାଯିବା ଫଳରେ ଏହାର କାପାସିଟି କମାଇ ଦିଆଯାଇଥିଲା। ପୂର୍ବରୁ ଏହାର କାପାସିଟି ୧ଲକ୍ଷ ରହିଥିବା ବେଳେ ଏବେ ଏହାର କାପାସିଟି ପାଖାପାଖି ୮୦ ହଜାର ରହିଛି।
3-ANZ ଷ୍ଟାଡିୟମ, ସିଡ୍ନୀ- ଏହା ମଧ୍ୟ ଅଷ୍ଟ୍ରେଲିଆର ରାଜଧାନୀ ସିଡ୍ନୀ ଠାରେ ଅବସ୍ଥିତ। ଏଠାରେ ନିୟମିତ କ୍ରିକେଟ୍ ଖେଳ ହୁଏ ନାହିଁ। ଏଠାରେ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-20 ମ୍ୟାଚ୍ ଖେଳାଯାଇଛି। ଏହାର ସର୍ବାଧିକ କାପାସିଟି ରହିଛି ୭୮ ହଜାର ।
୩-ଜବାହାରଲାଲ ନେହରୁ ଷ୍ଟାଡିୟମ, କୋଚି- ବିଶ୍ୱର ଏହା ତୃତୀୟ ବୃହତ୍ତମ ଷ୍ଟାଡିୟମ। ଭାରତରେ ଅବସ୍ଥିତ ଏହି ଷ୍ଟାଡିୟମଟିର କାପାସିଟି ରହିଛି ୭୫ ହଜାର। ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଯାହା ବିଶ୍ୱର ଅନ୍ୟ କୌଣସି ଷ୍ଟାଡିୟମରେ ଦେଖିବାକୁ ମିଳେନାହିଁ।
୫-ରାୟପୁର ଇଣ୍ଟରନ୍ୟାସନାଲ ଷ୍ଟାଡିୟମ- ଛତିଶଗଡ଼ ରାୟପୁର ଠାରେ ଅବସ୍ଥିତ ଏହା ଭାରତର ୩ୟ ଓ ବିଶ୍ୱର ୫ମ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମ। ୨୦୦୮ଠାରୁ ଏଠାରେ ମ୍ୟାଚ୍ ଖେଳାଯାଉଛି। ଏହାର କାପାସିଟି ରହିଛି ୬୫ହଜାର।